Posts

ବାଘ ମନ

ବାଘ ମନ ଏକୁଟିଆ ଖୋଜେ ଏମିତି ବାଘୁଣୀ କେବେ ଆଣି ଚାହା ଦିଏ ଜେ କେବେ ଦିଏ ଚାହାଣି  ମନ ଟା college ପଛ କାନ୍ଥ ମୋର ପ୍ରେମ କେତେ ଲେଖା ହେଇଚି ବର୍ଷା ପାଗ ପୋଛି ଦିଏ ମୋ କାନ୍ଥ କିଏ ପୁଣି ନୂଆ ଗପ ଗୋଟେ ଲେଖିଛି  ମୋ ମନ ବନ୍ଧୁ ଚରିତ୍ରହୀନ ରାତି ଦିନ ଗପ ସବୁ ଲେଖୁ ଥାଏ ଗପ ସବୁ ଖାଣ୍ଟି ସତ କଥା ବାକି ସାରା ଦିନ ମୁ ମିଛ କହୁ ଥାଏ  ହେଲେ ଗପରେ ମୋ ଏମିତି ଦିନ ଟିଏ କାହିଁକି ଆଉ ଆସୁନି ସାଠିଏ  ଟା ଫଗୁଣ କମିକି ଖାଲି ସୋଲହ ଟା ଫଗୁଣ କାହିଁକି ବାକି ରହି ଯାଉନି  tarzan କେବେ mowgli କେବେ ମନ ଜୁଆଡ଼ି ହେଇ ଜାଏ ପାଚିଲା ଆମ୍ବ ଘରେ ବସି ଖାଏ ମୁଁ କଂଚା ଆମ୍ବ କୁ ଟେକା ମାରିବାକୁ ମନ ହଉ ଥାଏ 

ଶତରଂଜ

ଶତରଂଜ ଭଡ଼ିୟା ମନ ମୋର  କେବେ ଧଳା, କେବେ କଳା  ତମ ପାଇଁ , ଅନିତା  ମନ ମୋର ଛୋଟ ପିୟଦା, ଅନିତା  ମୋ ରାଣୀ, କାହାକୁ ଅନେଇଛ  ଦେଖ ତମ ପାଇଁ, ଆକାଶରେ ଲାଗିଛି ନିୟ  ଆ ରେ ଜହ୍ନ ଆ  କୁନି କୁ କାଖେଇ ଯା  ଆ ରେ ଜହ୍ନ ଆ  ଟିକେ ଗେଲ୍ହା କରିକି ଯା  ବାଜେ guitar ଏକା ଏକା  ଟିକେ ଶୁଣିବୁ ଆ  ରଙ୍ଗଧନୁ ତୀର ମାରେ  ମାଧୁରୀ ଆଂଖୀ ତା  କାଜଲ ରେଖା  ତା କାଜଲ ସ୍ୟାହି ରେ ମୋ ସବୁ ଗୀତ ଲେଖା  ମନ ଧରିକି ବସିଥିଲା, ଗପ ବହି ଆର ହାତରେ  ଗପ ସବୁ ତମର କେବେ ଧଳା କେବେ କଳା  ଟିକେ ଡେରି ରହି ଥିଲା ତମ train ଟିକେ ସମୟ ପୂର୍ବ ଛାଡି ଦେଲା