ବାଘ ମନ

ବାଘ ମନ ଏକୁଟିଆ
ଖୋଜେ ଏମିତି ବାଘୁଣୀ
କେବେ ଆଣି ଚାହା ଦିଏ
ଜେ କେବେ ଦିଏ ଚାହାଣି 

ମନ ଟା college ପଛ କାନ୍ଥ ମୋର
ପ୍ରେମ କେତେ ଲେଖା ହେଇଚି
ବର୍ଷା ପାଗ ପୋଛି ଦିଏ ମୋ କାନ୍ଥ
କିଏ ପୁଣି ନୂଆ ଗପ ଗୋଟେ ଲେଖିଛି 

ମୋ ମନ ବନ୍ଧୁ ଚରିତ୍ରହୀନ
ରାତି ଦିନ ଗପ ସବୁ ଲେଖୁ ଥାଏ
ଗପ ସବୁ ଖାଣ୍ଟି ସତ କଥା
ବାକି ସାରା ଦିନ ମୁ ମିଛ କହୁ ଥାଏ 

ହେଲେ ଗପରେ ମୋ
ଏମିତି ଦିନ ଟିଏ କାହିଁକି ଆଉ ଆସୁନି
ସାଠିଏ  ଟା ଫଗୁଣ କମିକି
ଖାଲି ସୋଲହ ଟା ଫଗୁଣ କାହିଁକି
ବାକି ରହି ଯାଉନି 

tarzan କେବେ mowgli
କେବେ ମନ ଜୁଆଡ଼ି ହେଇ ଜାଏ
ପାଚିଲା ଆମ୍ବ ଘରେ ବସି ଖାଏ ମୁଁ
କଂଚା ଆମ୍ବ କୁ ଟେକା ମାରିବାକୁ ମନ ହଉ ଥାଏ 




Comments